ନକଲି ପୋଲିସ ଷ୍ଟିକର କାରରେ ବ୍ୟବହାର କରିଥିବା ଯୋଗୁ ଚାଳକ ଅଟକ

ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍। ପୋଲିସ ଲେଖାହୋଇଥିବା କାର୍‍ ଜବତ କରାଯାଇଛି ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ହ୍ୟୁଣ୍ଡାଇ କ୍ରେଟା କାର୍‍ ସହର ଭିତରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। କାରରେ ପୋଲିସ ଷ୍ଟିକର ଲାଗିଥିଲା। କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର ଚାଳକ ଜଣକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କୋଟାବୋମାଲ୍ଲୀର କୋରଡ଼ା ସୁବ୍ରମଣ୍ୟମ୍‍ ବୋଲି ଜଣାଡ଼ିଥିଲା। କାରଟି କୌଣସି କୌଣସି ପୋଲିସ ଅଧିକାରୀଙ୍କ ନଥିବା ବେଳେ ଚଳାଉଥିବା ସୁବ୍ରମଣ୍ୟମ ମଧ୍ୟ ପୋଲିସ କର୍ମଚାରୀ ନୁହଁନ୍ତି।

ଠକେଇ, ସରକାରୀ କର୍ମଚାରୀଙ୍କ ନକଲି ପରିଚୟ ଏବଂ ନକଲି ଚିହ୍ନ ବ୍ୟବହାର କରିଥିବା ଯୋଗୁ ବ୍ରହ୍ମପୁର ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଚାଳକଙ୍କୁ ଅଟକ ରଖାଯିବା ସହିତ ଘଟଣାର ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍‍ପି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା, ଯିଏ ନିଜ ବାଇକରେ ପୋଲିସ ଷ୍ଟିକର ଲଗାଇବା ସହିତ ନିଜକୁ ପୋଲିସର ପରିଚୟ ଦେଉଥିଲେ।

Related Articles

Back to top button