ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ

କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି।ଭକ୍ତ ଚରଣ ଦାସ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

Related Articles

Back to top button