
ଭଙ୍ଗା ହେଲା ବାହାନଗା ସ୍କୁଲ
ବାହାନଗା: କରମଣ୍ଡଳ ଟ୍ରାଜେଡି । ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ । ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ଯରେ ୨ ଜେସିବି ନିୟୋଜିତ । ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗାଯାଉଛି ଘର । ଗତ ୨ ତାରିଖରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ପରେ କୁଢ଼ କୁଢ଼ ମୃତଦେହକୁ ବୋହି ନେଇ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ତେଣୁ ସ୍କୁଲ ଘର ଭିତରେ ଶବ ରହିଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ କମିଟି ପକ୍ଷରୁ ବିଦ୍ୟାଳୟ ଭଙ୍ଗାଯିବା ପାଇଁ ଦାବି ହୋଇଥିଲା । ଗତକାଲି ଜିଲ୍ଲାପାଳ ପହଞ୍ଚି ସ୍କୁଲ କମିଟି ସହ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।