ବାହାନଗା ଟ୍ରେନ୍ ଦୁର୍ଘଟଣା : ୪ ସପ୍ତାରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଏହି ମାମଲାରେ ରେଳ ବୋର୍ଡ଼ ଅଧ୍ଯକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ୍ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ନେଇ ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏକ ପିଟିସନ୍ ଦାୟର କରିଛନ୍ତି ।

 

ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଚୋରି, ଶବ ସଂରକ୍ଷଣ, ମୃତଦେହର ନକଲି ଦାବିଦାର ଆଦି ବହୁ ଘଟଣା ନଜରକୁ ଆସିଥିବା ବେଳେ ଏଥିପାଇଁ ରେଳୱ କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି । ଏହି ପିଟିସନକୁ ଆଧାର କରି ଆକ୍ସନ୍ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ। ଏହି ଘଟଣାରେ ବର୍ତ୍ତମାନ ଯାଏଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ୪ ସପ୍ତାହ ଭିତରେ ତାହା ଜଣାଇବାକୁ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ଅଭିଯୁକ୍ତ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ତର ଆଜି ହେଉଛି ଦ୍ବିତୀୟ ଦିନ । ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ସିବିଆଇ (CBI) ଅଧିକାରୀ । ସେପଟେ ବୁଧବାର ଦିନ ଏହି ମାମଲାରେ ୭ ଜଣ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ  କରାଯାଇଛି।

Related Articles

Back to top button