ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ୬ଘଣ୍ଟିଆ ଭବାନୀପାଟଣା ବନ୍ଦ

ଭବାନୀପାଟଣା: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର  ଦଶମ ଶ୍ରେଣୀ ଛାତ୍ରୀ କନକ ନିଆଲଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି। ଛାତ୍ରୀଙ୍କ ମୃତ ଅବସ୍ଥାର ଏକ ଭାଇରାଲ ଫଟୋରେ  ପାଦ ମାଟି ସହିତ ଲାଗିରହି ଥିବାରୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟାକାଣ୍ଡ ।  ଏହାର ସିବିଆଇ ତଦନ୍ତ ଦାବିକରି ଆଜି  କଳାହାଣ୍ଡି ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ଭବାନୀପାଟଣାରେ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ  ବରଗଡ଼ ବୋରିଗୁମା ଜାତୀୟ ରାଜପଥ ୨୬କୁ  ଅବରୋଧ କରାଯାଇଥିଲା । ଏସପି ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Related Articles

Back to top button