ଅଗଷ୍ଟ ୧ରୁ ଭିତରକନିକା ଖୋଲିବ, ୩ ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ଥିଲା ବନ୍ଦ

ପଟ୍ଟାମୁଣ୍ଡାଇ : ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଖୁବଶୀଘ୍ର ଖୋଲିବ ଭିତରକନିକା । ଗତ ୩ ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିଥିଲା ଏହି ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ।

ଖବର ଅନୁଯାୟୀ, ଗତ ୩  ମାସ ଧରି ବନ୍ଦ ରହିଥିଲା ଭିତରକନିକା । ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନ ଖଣ୍ଡ ଅଧିକାରୀ ।

Related Articles

Back to top button