ଲିଜ୍‌ରେ ଦିଆଯିବ ଭୁବନେଶ୍ୱର ବିମାନବନ୍ଦର

ନୂଆଦିଲ୍ଲୀ: ଲିଜ୍‌ରେ ଲାଗିବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଏନେଇ ସୋମବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ସରକାର। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ୨୫ଟି ବିମାନବନ୍ଦରକୁ ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ଘରୋଇ କମ୍ପାନୀକୁ ଲିଜ୍ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ମନିଟାଇଜେସନ ପାଇପଲାଇନ୍‌(ଏନଏମପି) ଅନୁସାରେ ଏହି ସମସ୍ତ ବିମାନ ବନ୍ଦର ଗୁଡ଼ିକୁ ଲିଜ୍ ସୁତ୍ରେ ଦିଆଯିବ ବୋଲି କେନ୍ଦ୍ର ବେସାମରିକ ଚଲାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

ବେସରକାରୀ କ୍ଷେତ୍ରର ଦକ୍ଷତା ଏବଂ ବିନିଯୋଗକୁ ବ୍ୟବହାର କରି ସେମାନଙ୍କର ଉତ୍ତମ ପରିଚାଳନା ପାଇଁ ବିମାନବନ୍ଦରଗୁଡିକ ଜନସାଧାରଣଙ୍କ ସ୍ୱାର୍ଥରେ ଲିଜ୍ ଦିଆଯାଇଛି । ଯାହାଦ୍ୱାରା ରାଜ୍ୟ ଏବଂ ଯାତ୍ରୀମାନେ ଉନ୍ନତ ମାନର ସେବା ପାଇବା ସହିତ ରାଜ୍ୟ ସରକାରମାନେ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

 

ବର୍ତ୍ତମାନ ଦେଶର ୮ଟି ବିମାନବନ୍ଦରକୁ ଘରୋଇ କମ୍ପାନୀ ଗୁଡ଼ିକୁ ପରିଚାଳନା କରିବା ପାଇଁ ଲିଜ୍ ଆକାରରେ ଦିଆଯାଇଛି । ସେଗୁଡ଼ିକ ହେଉଛନ୍ତି..ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଲୋକପ୍ରିୟ ଗୁଆହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ, ତିରୁଅନନ୍ତପୁରମ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ ଏବଂ ମାଙ୍ଗାଲୁରୁ ଏୟାରପୋର୍ଟ ।

Related Articles

Back to top button