ସାରା ରାଜ୍ୟରେ ତାତିର ପ୍ରକୋପ ବୃଦ୍ଧି
ଭୁବନେଶ୍ୱର: ସାରା ରାଜ୍ୟରେ ତାତିର ପ୍ରକୋପ ବୃଦ୍ଧି ପାଇଛି। ସତେ ଯେପରି ଆକାଶରୁ ନିଆଁ ବର୍ଷା ହେଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା: ୪୨.୪ ଡ଼ିଗ୍ରୀ, ସମ୍ବଲପୁର: ୪୧.୮ ଡ଼ିଗ୍ରୀ, ହୀରାକୁଦ: ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦିନ ଦୁଇଟା ସୁଦ୍ଧା ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ, କେନ୍ଦୁଝର: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୨ ଡ଼ିଗ୍ରୀ, ପୁରୀ: ୩୫.୨ ଡ଼ିଗ୍ରୀ, ଗୋପାଳପୁର: ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ଆଜି ଦିନ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୩୮.୬ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ, ବାଲେଶ୍ୱର: ୩୮.୨ ଡ଼ିଗ୍ରୀ, ପୁରୀ: ୩୮ ଡ଼ିଗ୍ରୀ, ଭୁବନେଶ୍ୱର: ୩୮ ଡ଼ିଗ୍ରୀ ସମ୍ବଲପୁର: ୩୭.୮ ଡ଼ିଗ୍ରୀ, ହୀରାକୁଦ: ୩୭.୬ ଡ଼ିଗ୍ରୀ, ଗୋପାଳପୁର: ୩୭.୪ ଡ଼ିଗ୍ରୀ, କେନ୍ଦୁଝର: ୩୭ ଡ଼ିଗ୍ରୀ, ପାରାଦ୍ୱୀପ: ୩୪.୨ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା।
#MaximumTemperature (ºC) Forecast for Day-1 to Day-5: pic.twitter.com/wprLUzgZGv
— Meteorological Centre, Bhubaneswar (@mcbbsr) April 12, 2023
ତେବେ ଚଳିତ ବର୍ଷ ମୌସୁମୀ ବର୍ଷ ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଇଏମଡି କହିଛନ୍ତି। ଏନେଇ ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରେସମିଟରେ ଆଇଏମଡି ଡିଜି ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ମୌସୁମୀ ବର୍ଷା ପରିଣାମ ୯୬% ହେବା ନେଇ ପୂର୍ବାନୁମାନ କରାଯାଇଛି। ସାଧାରଣତଃ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବାକୁ ସ୍ୱାଭାବିକ ବୋଲି କୁହାଯାଏ। ଏହା ବ୍ୟତୀତ ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍-ନିନୋ ସମସ୍ୟାର ସମ୍ଭାବନା ସୃଷ୍ଟି ହୋଇଛି। ଏଲ୍-ନିନୋ ସମ୍ଭାବନା ଥିଲେ ମଧ୍ୟ ବର୍ଷାର ପରିମାଣ କମିବ ନାହିଁ।
ଶେଷ ଥର ପାଇଁ ନିଅଣ୍ଟିଆ ମୌସୁମୀ ଭାବେ ୨୦୦୦ ମସିହାରେ ମୌସୁମୀ ଋତୁରେ ୨୫% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ୨୦୦୨-୦୩, ୨୦୦୪-୦୫, ୨୦୦୬-୦୭, ୨୦୦୯-୧୦, ୨୦୧୪-୧୫, ୨୦୧୫-୧୬, ୨୦୧୮-୧୯ ରେ ଏଲ-ନିନୋ ବର୍ଷ ସ୍ୱତେ ରାଜ୍ୟରେ ରେକର୍ଡ ହୋଇଛି ସ୍ୱାଭାବିକ ବର୍ଷା। ୨୦୦୦ ପରଠାରୁ ରାଜ୍ୟରେ ମୌସୁମୀ ଋତୁରେ ( ଜୁନ ରୁ ସେପ୍ଟେମ୍ବର ) ନିଅଣ୍ଟିଆ ବର୍ଷା ରେକର୍ଡ ହୋଇନାହିଁ। ମୌସୁମୀ ଋତୁରେ ରାଜ୍ୟରେ ୧୧୫୦ ମିମି ବର୍ଷା ରେକର୍ଡ ହୋଇଥାଏ , ଏହି ବର୍ଷାର ±୧୯ % ବର୍ଷା ରେକର୍ଡ ହେଲେ ତାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ।