ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ପରେ ଓଡିଶାରେ ରହୁଥିବା ପାକିସ୍ତାନୀଙ୍କୁ ନୋଟିସ ଜାରି

ସୀମାରେ ହଲଚଲ, ରାଜ୍ୟରେ ବଢିଲା ସତର୍କତା । ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ପରେ ଓଡିଶାରେ ରହୁଥିବା ପାକିସ୍ତାନୀଙ୍କୁ ନୋଟିସ ଜାରି କରିଛି କମିସନରେଟ ପୁଲିସ । ଓଡିଶାରେ ବାହା ହୋଇଥିବା ପାକିସ୍ତାନୀ ମହିଳା ଶାରଦା କୁକ୍ରେଜାଙ୍କ ନିବେଦନ । ଓଡିଶାରେ ବିବାହ କରି ଶାରଦା ବଲାଙ୍ଗୀର ଠିକାଦାରପଡ଼ାରେ ଦୀର୍ଘ ୩୫ ବର୍ଷ ଧରି ରହୁଛନ୍ତି । ପରିବାରର ସମସ୍ତେ ଭାରତୀୟ କିନ୍ତୁ ତାଙ୍କୁ ପରିଚୟପତ୍ର ମିଳିଥିଲେ ବି ଏଯାଏଁ ନାଗରିକତ୍ବ ମିଳିପାରିନାହିଁ । ଏବେ ବି ସେ ପାକିସ୍ତାନୀ ଭିସାରେ ରହୁଛନ୍ତି । ବଲାଙ୍ଗୀରର ବ୍ୟବସାୟୀ ମହେଶ କୁକ୍ରେଜାଙ୍କୁ ସେ ବିବାହ କରିଛନ୍ତି । ଦେଶ ଛାଡିବାକୁ ଶାରଦାଙ୍କୁ ଏବେ ନୋଟିସ ଜୋରି ହୋଇଛି ।

ଗୃହମନ୍ତ୍ରାଳୟରୁ ନିର୍ଦ୍ଦେଶ ପାଇବା ପରେ ପାକିସ୍ତାନୀଙ୍କୁ ରାଜ୍ୟରୁ ତଡିବା ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘମିଆଦୀ ଭିସାରେ ଜଣେ ପାକିସ୍ତାନୀ ମହିଳା ୨୦୦୮ରୁ ଭୁବନେଶ୍ବରରେ ରହୁଛନ୍ତି । ଜଣେ ଓଡ଼ିଆଙ୍କୁ ବିବାହ କରିବା ପରେ ଦୀର୍ଘମିଆଦୀ ଭିସାରେ ରହୁଥିଲେ ସମ୍ପୃକ୍ତ ମହିଳା । ଏହି ଭିସା ଅବଧି ୨୦୨୪ରେ ସରିଯାଇଛି । ଏକଜିଟ୍ ଭିସା ପାଇଁ ସମ୍ପୃକ୍ତ ମହିଳା କମିସନରେଟ ପୁଲିସ ପାଖରେ ଆବେଦନ କରିଥିଲେ । କିନ୍ତୁ ଏବେ ତାଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି କଟକରେ ରହୁଛନ୍ତି ଦୁଇଜଣ ପାକିସ୍ତାନୀ । ବିବାହ ପରେ ସେମାନେ ଏଠାରେ ରହୁଛନ୍ତି । ତେଣୁ ସେମାନଙ୍କୁ ବି ଦେଶ ଛାଡ଼ିବାକୁ କୁହାଯାଇଛି ।  ଓଡ଼ିଶାରେ କିଛି ପାକିସ୍ତାନୀ ଦୀର୍ଘକାଳୀନ ଭିସାରେ ଓଡ଼ିଶାରେ ଅଛନ୍ତି । ମନ୍ତ୍ରୀ କହିଛନ୍ତି, ପାକିସ୍ତାନୀଙ୍କ ଚିହ୍ନଟ ପ୍ରକ୍ରିୟା ସରିଛି । ପୁଲିସ ପାଖରେ ପୂରା ତଥ୍ୟ ଅଛି । ଆତଙ୍କିତ ହେବାର ନାହିଁ । ଖୁବଶୀଘ୍ର ପ୍ରତ୍ୟର୍ପଣ ପାଇଁ ସବୁ ବ୍ୟବସ୍ଥା ହୋଇଛି । ପହଲଗାମ୍ ଆକ୍ରମଣ ପରେ ଦେଶ ଛାଡିବାକୁ ନୋଟିସ ବର୍ଷ ବର୍ଷ ଧରି ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ଟେନସନକୁ ବଢାଇଦେଇଛି । କେମିତି ପରିବାର ଛାଡି ଯିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।

Related Articles

Back to top button