କାଉଡିଆଙ୍କ ପାଇଁ ବଡ଼ ଘୋଷଣା : ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ କଳସକୁ ମନା

କାଉଡିଆଙ୍କ ପାଇଁ ଏକ ବଡ଼ ଘୋଷଣା । ଧବଳେଶ୍ୱର ପୀଠରେ ଯେଉଁ କାଉଡିଆ ଜଳଲାଗି କରିବେ ,ସେମାନଙ୍କ ପାଇଁ ପ୍ଲାଷ୍ଟିକ୍ କଳସକୁ ବାରଣ କରାଯାଇଛି । ଏହି ନିଷ୍ପତ୍ତି ଆଠଗଡ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ନିଆଯାଇଛି । ଯେଉଁମାନେ ପ୍ଲାଷ୍ଟିକ୍ କଳସରେ ପାଣି ଆଣିବେ ସେମାନଙ୍କୁ ଜଳଲାଗି କରିବା ପାଇଁ ବାରଣ କରାଯିବ । ଏହି ନିଷ୍ପତ୍ତିକୁ ସମସ୍ତେ ସହମତି ପ୍ରଦାନ ମଧ୍ୟ କରିଛନ୍ତି । ଆଉ କିଛି ଦିନ ପରେ ଶ୍ରାବଣ ମାସ ଆରମ୍ଭ ହେବ । ମନାସିକଧାରୀମାନେ ଶ୍ରାବଣ ମାସର ସୋମବାରରେ ବିଭିନ୍ନ ଶୈବପୀଠ ଜଳଲାଗି କରି ନିଜର ମାନସିକ ପୂରଣ କରିଥାନ୍ତି । ସେଥିପାଇଁ ଶ୍ରାବଣ ମାସର ସୋମବାରରେ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥାଏ ।

Related Articles

Back to top button