ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ହେବ ନାମ ପରିବର୍ତ୍ତନ

ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ପରିବର୍ତ୍ତନ କରାଯାଇଛି । ଏହା ବଦଳରେ ଏହି ପୁରସ୍କାରର ନାମ ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ରଖାଯାଇଛି । ପ୍ରତିବର୍ଷ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ, କୋଚ, କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ା ଅନୁଷ୍ଠାନକୁ ଏହି ପୁରସ୍କାର ଦିଆଯାଇଥାଏ । ୨୦୦୧ ମସିହାରେ ବିଜୁ ଜନତା ଦଳ କ୍ଷମତାକୁ ଆସିବା ପରଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା । ଏବେ ନିକଟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ପୁରସ୍କାରର ନାମ ପରିବର୍ତ୍ତନ କରିଛନ୍ତି । ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି ।

Related Articles

Back to top button