ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ଜଳିଗଲା

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତରେ ଥିବା ବିଜୟ ମହାପାତ୍ରଙ୍କ ଚାଳ ଛପର ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗି ଯାଇଥିଲା ।

ଅଗ୍ନିକାଣ୍ଡ ଖବର ପାଇ କୋରୁଆ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Related Articles

Back to top button