ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର : ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ନିଜେ ସେ ସୂଚନା ଦେଇଛନ୍ତି । ଏକ ଘଣ୍ଟା ପୂର୍ବରୁ ସେ ନିଜର ଇସ୍ତଫା ପତ୍ର ମାନ୍ୟବର ଉପ-ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଛନ୍ତି ।
ବାଚସ୍ପତି ପଦରେ ଥିବା ସମୟରେ ମୁଁ ନିଷ୍ଠାର ସହ କାର୍ଯ୍ୟ କରିଛି । ଆଗକୁ ଯାହା ଦାୟିତ୍ୱ ମିଳିବ ମୁଁ ତାହାକୁ ସୂଚାରୁ ରୂପେ ତୁଲାଇବି ବୋଲି ସେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ନିଜ ଇଚ୍ଛାରେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛି ବୋଲି ସେ ବାରମ୍ବାର କହିଥିଲେ ।