ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ସମୟରେ ୩୧ଟି ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ

ବାଙ୍କୀ: ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍‌ରେ ଅଧିକାରୀ ଓ ବିଶେଷଜ୍ଞମାନେ ବିଭକ୍ତ ହୋଇ ପକ୍ଷୀ ଗଣନା ସମ୍ପନ୍ନ ହୋଇଥିବା ଚନ୍ଦକା ବନ ବିଭାଗର ଏସିିଏଫ୍‌ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି।

ବିଶେଷଜ୍ଞମାନେ ପକ୍ଷୀ ଗଣନା ସମୟରେ ୩୧ଟି ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ୫ଟି ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଗଣନା ସମୟରେ ଚିହ୍ନଟ କରାଯାଇଥିବା ବିଶେଷଜ୍ଞମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗଣନାରେ ଅବୈତନିକ ଜଙ୍ଗଲ ୱାଡେନ୍‌, ଜଙ୍ଗଲ କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ଛାତ୍ର, ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, କୃଷି ମହାବିଦ୍ୟାଳୟ, ସ୍ବେଚ୍ଛାସେବୀମାନେ ଏହି ଗଣନା କାର୍ଯ୍ୟରେ ଭାଗ ନେଇଥିଲେ ବୋଲି ଡିଭିଜନାଲ୍‌ ଫରେଷ୍ଟ ଅଫିସର କହିଛନ୍ତି।

Related Articles

Back to top button