
ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର: ଆଜି ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି । ସକାଳ ୬ଟାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୫ଟା ଯାଏଁ ପକ୍ଷୀ ଗଣନା କରାଯିବ । ପକ୍ଷୀଙ୍କ ଗଣନା ପାଇଁ ୩୦ଜଣ ପକ୍ଷୀ ବିଶାରଦଙ୍କୁ ନେଇ ୩୦ଟି ଟିମ୍ ଗଠନ ହୋଇଛି । ହୀରାକୁଦ ଡ୍ୟାମକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇଛି ।