ପିପିଲିରେ ଦେଖାଦେଇଛି ବାର୍ଡ ଫ୍ଲୁ : ମଲେଣି ହଜାର ହଜାର କୁକୁଡ଼ା

ପିପିଲିରେ ଦେଖାଦେଇଛି ବାର୍ଡ ଫ୍ଲୁ ଆତଙ୍କ । ଫାର୍ମରେ ହଜାର ହଜାର କୁକୁଡ଼ା ମଲେଣି । ତେବେ ଜଣାପଡ଼ିନଥିବା ବେଳେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ୧୩ ଜଣିିଆ ଟିମ୍ ପହଞ୍ଚି ସାମ୍ପଲ ପରୀକ୍ଷା କରୁଛି ।ପୁରୀ ଜିଲ୍ଲା ପିପିଲି ବ୍ଳକ ତେଇଶପୁର ପଂଚାୟତରେ ଥିବା ଆବଲପୁର ଗାଁରେ । ଯେଉଁଠି ହଜାର ହଜାର ସଂଖ୍ୟକ କୁକୁଡ଼ା ମରିଯାଇଥିବା ସୂଚନା ରହିଛି । ତେଇଶପୁର ପଂଚାୟତରେ ଥିବା ଅନେକ କୁକୁଡ଼ା ଚାଷୀଙ୍କ ଅବସ୍ଥା ଏବେ ଅସମ୍ଭାଳ। ପ୍ରତି ମୁହୂର୍ତ୍ତରେ ଚାଷୀମାନେ ସେମାନଙ୍କ ଫାର୍ମରରୁ ମଲା କୁକୁଡ଼ା ବାହାର କରି ଗାତ ଖୋଳି ପୋତୁଛନ୍ତି । ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ଗାଁକୁ ଯାଇଥିବା ଟିମ୍ ଚାଷୀମାନଙ୍କ ଠାରୁ ରୋଗ ସମ୍ପର୍କରେ ଗୋଟି ଗୋଟି କରି ବୁଝୁଛନ୍ତି । ବଞ୍ଚିଥିବା କୁକୁଡ଼ାମାନଙ୍କ ରକ୍ତ ମଳ ମୂତ୍ର ଏବଂ ପାଟିରୁ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଦୁଇ ତିନି ମଧ୍ୟରେ କୁକୁଡ଼ା ଗୁଡ଼ିକର ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କୁହାଯାଉଛି ।

Related Articles

Back to top button