
ଜଳିଗଲା ଅନୁଗୁଳର ଶାଢ଼ୀ ଶୋ’ ରୁମ
ଅନୁଗୁଳ: ଅଗ୍ନିକାଣ୍ଡରେ ଅନୁଗୁଳର ଏକ ଶାଢ଼ୀ ଶୋ’ ରୁମ୍ ଜଳିଯାଇଛି । ଶୋ’ ରୁମରେ କୌଣସି କାରଣବଶତଃ ନିଆଁ ଲାଗି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଅନୁଗୁଳ ସ୍ଥିତ ଶଙ୍କର ସିନେମା ରୋଡ୍ ମଙ୍ଗଳମ ଶାଢ଼ୀ ଶୋ’ ରୁମରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡରେ ଶୋ’ ରୁମରେ ଥିବ ଅନେକ ଦାମୀ ଶାଢ଼ୀ ଜଳି ପୋଡ଼ି ପାଉଁଶ ହୋଇଛି । ଫଳରେ ଶୋ’ ରୁମ୍ ମାଲିକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏତେ ବଡ଼ କ୍ଷତିକୁ କେମିତି ଭରଣା କରିବେ ସେନେଇ ତାଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଏହି କ୍ଷତିର ପରିମାଣ କେତେ ହେବ ସେନେଇ କିଛି ତଥ୍ୟ ମିଳି ପରିନାହିଁ ।