ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ଓଏଚଆରସିଙ୍କ ନୋଟିସ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଏକ ମାମଲା ରୁଜୁ କରିବା ପାଇଁ ଟୁଇନ ସିଟି ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହାସହିତ ଘଟଣା ଏବଂ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି କମିଶନ। ପରବର୍ତ୍ତି ଶୁଣାଣି ଜୁଲାଇ ୧୯ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ୩ଜଣିଆ ଟିମ ବିଜେବି କଲେଜକୁ ଯାଇ ତଦନ୍ତ କରିଛନ୍ତି। ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ୩ଜଣିଆ ଟିମ ପଚରାଉଚୁରା କରିଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଆମେ ପାଇଥିବା ତଥ୍ୟ ସରକାରଙ୍କୁ ପ୍ରଦାନ କରିବୁ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରକାଶ କରିଛନ୍ତି। କଲେଜର ଅଧ୍ୟକ୍ଷ, ୱାଡେର୍ଣ୍ଣ ଓ ଛାତ୍ରୀମାନଙ୍କ ସହ ଆଲୋଚନା କରିଛୁ। ଯେଉଁ ତଥ୍ୟ ମିଳିଛି ତାହା ସରକାରଙ୍କୁ ଲିଖିତ ଆକାରରେ ଜଣାଇବୁ। ତଦନ୍ତ ଚାଲିଥିବାରୁ ମିଳିଥିବା ତଥ୍ୟ ବାହାରେ ପ୍ରକାଶ କରିପାରିବୁ ନାହିଁ ବୋଲି ସେ କହିଛନ୍ତି।

Related Articles

Back to top button