
ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କ ସାଥିରେ ରହିଛି ବୋଲି କହିଲେ ନବୀନ
ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ। ନବୀନ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କ ସାଥିରେ ରହିଛି ଏବଂ ରହିଥିବ। ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି। ଧର୍ମ ନିରପେକ୍ଷ ଆଦର୍ଶରେ ବିଜେଡି ଅଟଳ ରହିଛି। ଏହି ଆଦର୍ଶ ପାଇଁ ୨୦୦୯ ରେ ବିଜେଡି ମେଣ୍ଟରୁ ବାହାରି ଯାଇଥିଲା। ତେଣୁ ସଂଖ୍ୟଲଘୁ ମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ। ବିଜୁ ବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ। ମୁଁ ମଧ୍ୟ ରହିଛି। ଏହି ସାକ୍ଷାତ ସମୟରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।