ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ୍ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା ହୋଇଥିବା ବେଳେ ପାଣ୍ଡିଆନଙ୍କ ନାମ ୨ୟ ଧାଡିରେ ରହିଛି ।ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଲା । ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ରହିଛି ମୋଟ୍ ୪୦ ଜଣଙ୍କ ନାଁ । ତାଲିକାର ପ୍ରଥମ ସ୍ଥାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭି.କେ ପାଣ୍ତିଆନ୍ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମ ଥର ନିର୍ବାଚନୀ ମୈଦାନରେ ବିଧିବଦ୍ଧ ଭାବେ ନବୀନଙ୍କ ସହ ଭି,କେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିବ । ସରକାରଙ୍କ ଅନେକ ଯୋଜନାର ବାର୍ତ୍ତା ନେଇ ଜନତାଙ୍କ ପାଖରେ ପହଞ୍ଚିବେ ଦଳର ବରିଷ୍ଠ ନେତା ।

Related Articles

Back to top button