ଦ୍ୱିତୀୟ ଥର ପାଇଁ ଇଡ଼ିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଥର ପାଇଁ ଇଡ଼ି ଅଫିସରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ ପ୍ରଧାନ । ଖଣି ମାମଲା ନେଇ ପୁଣି ଇଡି ଅଫିସକୁ ବିଧାୟକଙ୍କୁ ଡକାଯାଇଥିଲା । ଜାନୁଆରୀ ୨୦ରେ ପୂର୍ବରୁ ହାଜର ହୋଇ ସମସ୍ତ ତଦନ୍ତରେ ସହଯୋଗ କରିଥିଲେ ତାଳଚେର ବିଧାୟକ ।
ସୂଚନା ଅନୁସାରେ ବେଆଇନ ଖଣି କାରବାର ମାମଲାରେ ପ୍ରଚୁର ଅର୍ଥ ହାସଲ କରିଥିବା ନେଇ ସୂଚନା ମିଳିଛି ।ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଓ ବ୍ରଜ ପ୍ରଧାନଙ୍କ ମଧ୍ୟରେ ବଡ଼ ଧରଣର ଟଙ୍କା କାରବାର ହୋଇଛି । ଯାହାକୁ ନେଇ ମନି ଲଣ୍ଡରିଂର ତଦନ୍ତ କରୁଛି ଇଡି । ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିବା କୋଟି କୋଟି ଟଙ୍କା କାରବାରର ତଦନ୍ତ ଇଡି କରୁଛି । ଗତବର୍ଷ ଇଡି ଏହି ମାମଲାରେ ୧୩୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । କୌଣସି ଖଣି ଦୁର୍ନୀତିରେ ସମ୍ପୃକ୍ତ ନଥିବା ପୂର୍ବରୁ କହିଥିଲେ ବ୍ରଜ ପ୍ରଧାନ ।

Related Articles

Back to top button