
ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ବିଜୁ ଯୁବ ଜନତା ଦଳ କର୍ମୀ ଶାନ୍ତନୁ କୁମାର ସେଠୀ
ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ନିଲମ୍ବିତ ହେଲେ ବିଜୁ ଯୁବ ଜନତା ଦଳର ଶାନ୍ତନୁ କୁମାର ସେଠୀ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ଶାନ୍ତନୁ କୁମାର ସେଠୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଜେଡି ସଦସ୍ୟ ଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ରୁ ନିଷ୍କାସିତ କରାଯାଇଛି।