ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ୍

ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ୍ । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସମାଲୋଚନା କରି ଓଡିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଛନ୍ତି। ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି। ସେ ସରକାର ଚଳାଉ ନାହାନ୍ତି , ତାଙ୍କ ଅଧିକାରୀମାନେ ସରକାର ଚଳାଉଛନ୍ତି। ବେଲଗାମ୍ ଅଧିକାରୀ ସାରା ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇଛନ୍ତି। ଓଡିଶାରେ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ମାଆ ଭଉଣୀ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଓଡିଶାରେ ବିଜେପି ବହୁମତ ସହ ସରକାର କରିବ। ଲୋକସଭାରେ ବିଜେପି ବିପୁଳ ଭୋଟ୍ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ବିଜେପି ସରକାର କରିବ । ଓଡିଶାରେ ବିଜେପି ପୁରା ତାକତ୍‌ରେ ଲଢିବ ଏବଂ ସରକାର ଗଢିବ। ଓଡିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ୍ ବିନିଯୋଗ ହେଉନି। ମୋଦି ଟଙ୍କା ଦେଉଛନ୍ତି , ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି। ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ହିଂ କରୁଛନ୍ତି । ସାଧାରଣ ଲୋକ ଏକଥା ଜାଣି ସାରିଲେଣି ବୋଲି ଶିବରାଜ୍‌ କହିଛନ୍ତି।

Related Articles

Back to top button