
ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡା ।
ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡା । ଆସନ୍ତାକାଲି ଦିନ ୧ ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ନଡ୍ଡା । କଟକରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ । ଶନିବାର ପୁରୀରେ ଆୟୋଜିତ ବିଜେପିର ପ୍ରଶିକ୍ଷଣ ଶିବିରରେ ନଡ୍ଡା ଯୋଗ ଦେବେ । ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଓ ଦଳର ନେତାଙ୍କୁ ଦେବେ ଗୁରୁମନ୍ତ୍ର । ୧୨ ତାରିଖ ସକାଳେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏପ୍ରିଲ ୧୧ ତାରିଖ ସନ୍ଧ୍ୟାରୁ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଚାଲିବ । ପ୍ରଶିକ୍ଷଣ ଶିବିରରେ ଦଳର ସମସ୍ତ ୧୦୪ ବିଧାୟକ ଏବଂ ସାଂସଦ ଯୋଗ ଦେବେ । ଏହାସହ ୧୧ ତାରିଖ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲଡ଼ିଂର ଲୋକାର୍ପଣ କରିବେ । ସୂଚନାଯୋଗ୍ୟ ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ । ଏଥିରେ ୧ କୋଟି ୩ ଲକ୍ଷ ପରିବାର ସାମିଲ ହେବେ । ପୂର୍ବରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିବା ବେଳେ ବର୍ତ୍ତମାନ ପ୍ରତି ସଦସ୍ୟଙ୍କୁ ସ୍ବାସ୍ଥ୍ୟ କାର୍ଡ ମିଳିବ ।