ଓସ୍କାର ପୁରସ୍କାର ବିଜେତା ସ୍ପେନିଶ ଫିଲ୍ମ ‘ଚାମ୍ପିୟନ୍ସ’ର ରିମେକରେ କାମ କରିବେ ଅମୀର ଖାଁ

ମୁମ୍ବାଇ: ଲାଲ ସିଂ ଚଢା ଫ୍ଲପ ହେବା ପରେ ବଲିଉଡ ଷ୍ଟାର ଅମୀର ଖାଁ କିଛି ଦିନ ପାଇଁ ବ୍ରେକ ନେବାକୁ ନିଷ୍ପତି ନେଇଛନ୍ତି । ସେ ଛୁଟି କଟାଇବା ପାଇଁ ଆମେରିକା ଯାଇଛନ୍ତି। ୪ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଲାଲ ସିଂ ଚଢ଼ାର ନୈରାଶ୍ୟଜନକ ବ୍ୟବସାୟ ଅମୀରଙ୍କୁ ନିରାଶ କରିଛି। ତେବେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡି ନାହାନ୍ତି। ରିପୋର୍ଟ ମୁତାବକ ସ୍ପେନର ବହୁ ଚର୍ଚ୍ଚିତ ଚାମ୍ପିୟନ ଫିଲ୍ମର ରିମେକରେ ସେ ଅଭିନୟ କରିବେ। ଏହି ଫିଲ୍ମ ମଧ୍ୟ ଓସ୍କାରରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ପୁରସ୍କାର ପାଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ କ୍ରୀଡା ଉପରେ ଆଧାରିତ ଏକ ଫିଲ୍ମ।

କିପରି ଶାରୀରିକ ରୂପରେ ଅକ୍ଷମ ଜଣେ ଆଥଲେଟ ସଫଳତା ହାସଲ କରିଛି ତାହା ଉପରେ ଆଧାରିତ । ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଖୁବ ଶୀଘ୍ର ଏ ନେଇ ଘୋଷଣା କରାଯିବ ବୋଲି ଜଣାପଡିଛି । ଛୁଟି କାଟି ଆସିବା ପରେ ଅମୀର ଏହାର ଶୁଟିଂରେ ବ୍ୟସ୍ତ ରହିବେ ।

Related Articles

Back to top button