ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଲା ବିଜେପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଜେଲରେ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଘଟଣା ପ୍ରକାଶ ପାଇବା ପରେ ଶାସକ ଦଳକୁ ଘେରିଛି ବିଜେପି । ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହା ସହିତ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଛି ।  ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପାଇଁ ଏହା ହୋଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି।

ରାଜ୍ୟସରାକରଙ୍କୁ ଅପରାଧର ସରକାର ବୋଲି କହିଛନ୍ତି । ଏହି ସରକାରଙ୍କ ଛାୟା ତଳେ ଅପରାଧୀ ସହଜରେ ଖସି ପାରନ୍ତି ବୋଲି ସେ କହିଛନ୍ତିି । ଏହା ସହ ସେ କହିଛନ୍ତି ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ରହିଛି । ଗୋବିନ୍ଦ ସାହୁ ପାଖରେ ନିହାତି ଭାବରେ ତଥ୍ୟ ରହିଥିବାରୁ ଗୋବିନ୍ଦଙ୍କ ଉପରେ ଚାପ ପକା ଯାଉଥିଲା । ଯାହା ପାଇଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ବାଧ୍ୟ ହୋଇଛନ୍ତି ।
ବ୍ୟବସ୍ଥା ଠାରୁ ଆରମ୍ଭ କରି ଆଇନ ଦପ୍ତର ସବୁ ତାଙ୍କ ହାତରେ ରହିଛି । ସେ ଯାହା ଚାହୁଁଛନ୍ତି ସେ କରିବେ । କିନ୍ତୁ ଆମେ ଚୁପ ରହିବୁ ନାହିଁ । ଏବେ ଘଟଣା କେବଳ ମମିତାଙ୍କ ମୃତ୍ୟୁ ମାମଲାରେ ସୀମିତ ହୋଇ ରହି ନାହିଁ । ଏବେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଏହି ଶୀତଳ ପଡିଥିବା ଘଟଣାକୁ ପୁଣି ଥରେ ଜୀବିତ କରିଲା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ କଦାପି ବରଦାସ୍ତ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଆମେ ରାଜରାସ୍ତାକୁ ଓହ୍ଲାଇବୁ ଏହା ସହିତ ରାଜ୍ୟ ସରକାରଙ୍କୁ ଏହାର ଉତ୍ତର ଦେବାକୁ ହେବ ବୋଲି ସେ କହିଛନ୍ତି ।

କୋର୍ଟ ପରିସରରେ କିପରି ଜଣେ ଆତ୍ମହତ୍ୟା କରିପାରିବ, କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଲେ ଏହି ସମସ୍ତ ଘଟଣାର ପର୍ଦ୍ଦଫାସ ହେବା ପାଇଁ ତଦନ୍ତ ଦାବି କରିବୁ ବୋଲି ରାଜ୍ୟ ମହିଳା ବିଜେପି ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ ପ୍ରେସ ମିଟରେ କହିଛନ୍ତି ।

Related Articles

Back to top button