ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଏନେଇ ଓଡିଶା କମିସନରେଟ ପୋଲିସ ପକ୍ଷରୁ ବ୍ଲୁବୁକ SOP ଜାରି

ପୁଣିଥରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟସୂଚୀ ଅନୁସାରେ, ରାଷ୍ଟ୍ରପତି ୨୮ ତାରିଖ ଦିନ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚିବେ । ଚଳିତ ଥର ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଗସ୍ତରେ ୪ ଜିଲ୍ଲାରେ ରହିଛି  କାର୍ଯ୍ୟକ୍ରମ। ଏହି ସମୟରେ ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଓଡିଶା ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏନେଇ ଓଡିଶା କମିସନରେଟ ପୋଲିସ ପକ୍ଷରୁ ବ୍ଲୁବୁକ SOP ଜାରି କରା ଯାଇଛି।

ମହାମହିମଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଯେ, “ରାଜଧାନୀରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ଫୋର୍ସ ରହିବେ। ଏହାର ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର। ସେହିପରି ୨ଟି ସ୍ପେଶାଲ ଟେକ୍ନିକାଲ ୟୁନିଟ ସହ ୩ ଟି କ୍ୱିକ ରେସ୍ପନ୍ସ ଟିମ ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ଜଣ ଅତିରିକ୍ତ ଡିସିପି, ୨୫ଜଣ ଏସିପି, ୪୦ଜଣ ଇନ୍ସପେକ୍ଟର ଦାୟିତ୍ୱରେ ଥିବା ବେଳେ ୧୬୦ଜଣ ଟ୍ରାଫିକ ଓ ୧୫୦ଜଣ ହୋମଗାର୍ଡ ନିୟୋଜିତ ହେବେ। ଅପରପକ୍ଷରେ ଖାଦ୍ୟ ଯାଞ୍ଚ ପାଇଁ ଟିମ୍ ସହିତ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ। ସଭାସ୍ଥଳରେ ପ୍ରୋଟକଲ ମୁତାବକ ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ। ତେବେ କାରକେଡ଼ ଯିବା ସମୟରେ ସାଧାରଣ ଲୋକଙ୍କୁ ଯେପରି ଟ୍ରାଫିକ ସମସ୍ୟା ନ ହେବ ସେ ଉପରେ ବି ଧ୍ୟାନ ଦିଆଯିବ। ଏଥିପାଇଁ ଆସନ୍ତା ୨୭ତାରିଖରେ କାରକେଡ ରିହଲସଲ କାର୍ଯକ୍ରମ ରହିଛି ।”

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଫେବୃଆରୀ ୨୮, ୩.୫୦ ମିନିଟ୍ ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୪.୪୫ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷରେ ଅବତରଣ କରିବେ। ପହଁଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।

Related Articles

Back to top button