ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ମୋଦି ଓ ଶାହାଙ୍କ ୱାନ୍ ଟୁ ୱାନ୍ ଆଲୋଚନା
ସବୁ ରାଜ୍ୟର ପୋଲିସ ଡିଜିଙ୍କ ସହ ମୋଦି ଓ ଶାହା ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। ଦ୍ବିତୀୟ ଦିନ ବୈଠକର ମୁଖ୍ୟ ଏଜେଣ୍ଡା ସୀମା ସୁରକ୍ଷା। ଏହାସହ ଦେଶରୁ ଆତଙ୍କବାଦ ଓ ମାଓବାଦର ମୂଳୋତ୍ପାଟନ ନେଇ ମଧ୍ୟ ସମ୍ମିଳନୀରେ ହୋଇଛି ଜୋରଦାର ମନ୍ଥନ, ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ୍ । ବାଂଲାଦେଶୀ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଉପକୂଳ ସୁରକ୍ଷା ଦିଗରେ ବି ବିସ୍ତୃତ ଆଲୋଚନା ହୋଇଛି। ନିଶା କାରବାର, ସାଇବର କ୍ରାଇମ୍ ରୋକିବା ଦିଗରେ କଡ଼ା ପଦକ୍ଷେପ ଉପରେ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। କିଛି ମାସ ପୂର୍ବରୁ ଦେଶରେ ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ କରାଯାଇଛି। ଏହାର ଅନୁପାଳନ ଉପରେ ମଧ୍ୟ ପିଏମ୍ ଓ ଗୃହମନ୍ତ୍ରୀ ପୋଲିସ ଡିଜିମାନଙ୍କ ସହ ଆଲୋଚନା କରିଛନ୍ତି।