ଭୁବନେଶ୍ୱର ଫଳ ମାର୍କେଟରେ ବିଏମସିର ଚଢ଼ାଉ: କାରବାଇଡ୍ ମିଶା ୫୦ କେଜି ଫଳ ଜବତ

ଭୁବନେଶ୍ୱର: ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଆଜି ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ ବେଳେ ଅସାଧୁ ବ୍ୟବସାୟୀଙ୍କ କାରନାମା ସାମ୍ନାକୁ ଆସିଛି । ଭୁବନେଶ୍ୱରର ଅଶୋକ ନଗର ଏବଂ ବୁଦ୍ଧ ନଗରରେ ଥିବା ଫଳ ଗୋଦାମ ଓ ଦୋକାନରେ ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ ରେଡ୍ କରିଛନ୍ତି ।

ଚଢ଼ାଉ ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀ କାରବାଇଡ୍ ମିଶା ୫୦ କେଜି ଫଳ ଜବତ କରି ନଷ୍ଟ କରିବା ସହ ଦୋକାନୀଙ୍କୁ ନୋଟିସ୍ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ପାଇଁ ହାନିକାରକ କାଇବାଇଡ୍ ମିଶାଇବା ଦ୍ୱାରା ଫଳ ଶୀଘ୍ର ପାଚିବା ସହ ବାହାରୁ ସତେଜ ଦେଖାଯାଉ ଥିବା ବେଳେ ଫଳ ଭିତର ନଷ୍ଟ ହୋଇ ଯାଇଥାଏ ।

ସାବିତ୍ରୀ ପୂଜା ବଜାରରେ ବିଭିନ୍ନ ଫଳର ଚାହିଦା ଅଧିକ ରହିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି । ବିଏମସି ପକ୍ଷରୁ ଏଭଳି ଚଢ଼ାଉ ନିୟମିତ କରିବାକୁ ଦାବି କରିଛନ୍ତି ଗ୍ରାହକ ।

Related Articles

Back to top button