ଗିରଫ ହେବେ ଗାୟକ ସୌରିନ ଭଟ୍ଟ

ଭୁବନେଶ୍ୱର : ଲୋକପ୍ରିୟ ବଲିଉଡ ସିଙ୍ଗର ସୌରିନ୍ ଭଟ୍ଟଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ସୌରିନଙ୍କ ବିରୋଧରେ ପ୍ରେମ, ପ୍ରତାରଣା, ଠକେଇ ଆଦି ଏକାଧିକ ମାମଲା ଲାଗିଛି । ସୌରିନଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇଛି । ବିବାହର ପ୍ରତିଶ୍ରୁତି ଦେଇ ସୌରିନ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଥିଲେ ।

ଗତ ୧୨ ତାରିଖରେ କଟକର ଜଣେ ଯୁବତୀ ସୌରିନଙ୍କ ବିରୋଧରେ ମହିଳା ଥାନାରେ ସଙ୍ଗୀନ ଅଭିଯୋଗ ଦାୟର କରିଥିଲେ । ସୌରିନ ବିବାହିତ ବୋଲି ଜାଣିବା ପରେ ଉକ୍ତ ଯୁବତୀ ଜଣଙ୍କ ତାଙ୍କ ସହ ସମ୍ପର୍କ ତୁଟାଇବା ସହିତ ଦୂରେଇ ଯାଇଥିଲେ । ମାତ୍ର କିଛି ପୁରୁଣା ଫଟୋ ଓ ଭିଡିଓ ଦେଖାଇ ସୌରିନ ଉକ୍ତ ଯୁବତୀଙ୍କ ସହିତ ପୁଣି ଖରାପ ସମ୍ପର୍କ ରକ୍ଷା କରିଥିଲେ । ତେଣୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏହା ମଧ୍ୟରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହିତ ବୟାନ ମଧ୍ୟ ରେକର୍ଡ କରାଯାଇଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁହିଁଙ୍କ ମଧ୍ୟରେ ହୋଇଥିବାର ବ୍ୟାଙ୍କ ଟ୍ରାଞ୍ଜାକସନ ଯାଞ୍ଚ କରୁଛି । ଏହି ଅଭିଯୋଗ ଦାୟର ହେବା ପରଠାରୁ ସୌରିନଙ୍କ କୌଣସି ଖୋଜ ଖବର ମିଳୁନଥିବା ବେଳେ ତାଙ୍କର ଫୋନ୍ ମଧ୍ୟ ବନ୍ଦ ରହିଛି । ତେଣୁ ସୌରିନଙ୍କୁ ଗିରଫ କରିବା ପାଇଁ ପୋଲିସର ଏକ ୫ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ଜଣାପଡ଼ିଛି । ସୌରିନଙ୍କୁ ଖୋଜିବା ପାଇଁ ପୋଲିସର ଏକ ଟିମ୍ କଲିକତା ଯିବ ବୋଲି ପୂର୍ବରୁ ପୋଲିସ ସୂତ୍ରରୁ ଜଣାପଡ଼ିଥିଲା ।

Related Articles

Back to top button