ସହିଦ ନଗରରେ ଜୋତା ଶୋ’ରୁମ୍‌ ଉପରକୁ ବୋମାମାଡ଼

ଭୁବନେଶ୍ବର: ସହିଦ ନଗର ଡଲଫିନ ଜୋତା ଶୋ’ରୁମ ଉପରକୁ ବୋମାମାଡ଼। ସୂଚନାଯୋଗ୍ୟ, ଡିସିପି କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଏକ ଜୋତା ଶୋ’ରୁମ୍‌ ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ସହିଦନଗର ଭଳି ଭିଭିଆଇପି ଓ ସୁରକ୍ଷିତ ଅଞ୍ଚଳରେ ବୋମାମାଡ଼ ହେବା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପାଇ ପୁଲିସ ସୋ’ରୁମ୍‌ ଓ ଆଖାପାଖରେ ଲାଗିଥିବା ସିସିଟିଭି ଯାଞ୍ଚ ଆରମ୍ଭ କରିଛି।

ଘଟଣା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ ଆରମ୍ଭ କରିଥିଲା। ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୯ଟା ୧୫ରେ ଜଣେ ଦୁର୍ବୃତ୍ତ ଶୋ’ ରୁମ୍‌ ଉପରକୁ ଦୁଇଟି ଟେକା ପକାଇ ପଳାଇଥିଲା। ଏହାର କିଛି ସମୟ ପରେ ସୋ’ରୁମ ଉପରେ ଦୁଇଟି ବୋମା ପଡ଼ିଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ହଠାତ୍ ଏଭଳି ବୋମାମାଡ଼ ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ସଂପର୍କରେ ସୋ’ ରୁମ୍‌ ମାଲିକ ପ୍ରତ୍ୟୁଷ ଖଣ୍ଡାୟତ ଥାନାକୁ ଖବର ଦେଇଥିଲେ। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଜଣାଯାଇଛି।

Related Articles

Back to top button