ଔଷଧ ଦୋକାନ ନାଁ ବଦଳାଇବାକୁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ୍ ଅଫିସର

ଭୁବନେଶ୍ୱରଔଷଧ ଦୋକାନ ନାଁ ପରିବର୍ତ୍ତନ ଲାଗି ଲାଞ୍ଚ । ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଫୁଡ୍ ସେଫଟି କମିଶନର କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଗିରିଜା ଶଙ୍କର ଦାସ । ଜଣେ ଫାର୍ମାସିଷ୍ଟ ତାଙ୍କ ଔଷଧ ଦୋକାନର ନାଁ ବଦଳାଇବା ଲାଗି ଆବେଦନ କରିଥିଲେ । ଆଉ ଉକ୍ତ ଫାଇଲକୁ ଆଗକୁ ବଢ଼ାଇବା ଲାଗି ଲାଞ୍ଚ ମାଗିଥିଲେ ସେକ୍ସନ୍ ଅଫିସର ।

ଲାଞ୍ଚ ମାଗିବା ସହ ଡ୍ରଗ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଧରି କାମ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଆବେଦନାକାରୀ ଲାଞ୍ଚ ଟଙ୍କା ଦେବା ବେଳେ ଗିରିଜାଙ୍କୁ ଭିଜିଲାନ୍ସ ଟଙ୍କା ସହ କାବୁ କରିବା ସହ ଟଙ୍କା ଜବତ କରିଛି ।

ଗିରିଜାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Related Articles

Back to top button