
୨୫ ତାରିଖରେ ହେବ ବୁଢା ଗଣେଶଙ୍କ ବିସର୍ଜନ, ଦିନ ଧାର୍ଯ୍ୟ କଲେ ହାଇକୋର୍ଟ
କଟକ ୦୬।୦୯ : ପରମ୍ପରା ବଜାୟ ରହିବ। ଦ୍ବିତୀୟା ଘାଣ୍ଟ ଭୋଗ ହେଲା ପରେ ଯାଇ କଟକ ବୁଢା ଗଣେଶଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ସେଥିପାଇଁ ଆସନ୍ତା ୨୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
କମିଶନରେଟ ପୋଲିସର ନିଷ୍ପତ୍ତି ଅନୁସାରେ ଆସନ୍ତା ୧୮ ତାରିଖ ସୁଦ୍ଧା କଟକ ସହରର ସମସ୍ତ ଗଣପତି ମୂର୍ତ୍ତି ବିସର୍ଜନ ହେବା କଥା। କିନ୍ତୁ ଏହା କାର୍ଯ୍ୟକାରୀ ହେଲେ କଟକ ବାଣିଆସାହି ସ୍ଥିତ ବୁଢା ଗଣେଶ ପୀଠର ପରମ୍ପରା ଭଙ୍ଗା ହେବ ବୋଲି ଆପତ୍ତି ଉଠାଇ ଅନୁଷ୍ଠାନର ସଭାପତି ଶିବେନ୍ଦ୍ର ହାତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ପ୍ରଚଳିତ ପରମ୍ପରାକୁ ପ୍ରାଧାନ୍ୟ ଦେଇଛନ୍ତି ହାଇକୋର୍ଟ , ଏବଂ ସେପ୍ଟେମ୍ବର ୨୫ ତାରିଖରେ ବୁଢା ଗଣେଶଙ୍କ ବିସର୍ଜନ ପାଇଁ ଅନୁମତି ଦେଉଛନ୍ତି କୋର୍ଟ । ବୁଢ଼ା ଗଣେଶଙ୍କ ପୀଠରେ ଅନନ୍ତ ବ୍ରତ ଏବଂ ଦ୍ୱିତୀୟା ଓଷା ପାଳନ ହେବାର ବିଧି ରହିଛି । ଘାଣ୍ଟ ଭୋଗ ଲାଗି ହେବା ପରେ ବୁଢ଼ା ଗଣେଶ ବିସର୍ଜନ ହେବାର ପ୍ରାଚୀନ ପରମ୍ପରା ମଧ୍ୟ ରହିଛି ।