ଚତୁର୍ଥ ଦିବସରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ପ୍ରବଳ ଜନସମାଗମ

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଚତୁର୍ଥ ଦିବସରେ ପହଞ୍ଚିଛି। ପୀଠରେ ମୁଖ୍ୟ ପୁରୋହିତ ସନାତନ ରଥ ଏବଂ ସେବାୟତ ଆଦିଦ୍ୟ ପାତ୍ରଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି ହୋଇଥିଲା। ଘଟ ପରିକ୍ରମା ପାଇଁ ଆଜ୍ଞାମାଳ ପରେ ମୁଖ୍ୟ ଘଟକୁ ଶୋଭାଯାତ୍ରାର ସମ୍ମୁଖ ଭାଗରେ ରଖାଯାଇଥିଲା। ପାର୍ଶ୍ୱଘଟଧାରୀ ମହିଳାମାନେ ମା’ଙ୍କ ଘଟ ଧାରଣ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ର ସହ ହୁଳହୁଳି ଶବ୍ଦରେ ଘଟ ଶୋଭାଯାତ୍ରା ପୀଠରୁ ବାହାରି ବଜାର ସାହି,କମାର ସାହି ଗଳି ଦେଇ ଗୋପବନ୍ଧୁ ସାହି,ସାନବ୍ରାହ୍ମଣ ସାହି, ସୁନାରୀ ସାହି ଉତ୍ତରପଟ ଓ ଦକ୍ଷିଣପଟ ଦେଇ ଗୋଲାଦୁଲା ସାହି, ନୂଆସାହିରେ,ମୁଖାର୍ଜୀ ଗଳି,କମା ସାହି,କରଣ ସାହି,ହାଇସ୍କୁଲ୍‌ ରୋଡ୍‌,ବିଦ୍ୟାରତ୍ନ ସାହି,ଅନ୍ନପୂର୍ଣ୍ଣା ସାହି,ଗୁଡ଼ିଆ ଗଳି ଦେଇ ଯାତ୍ରା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Related Articles

Back to top button