କୋଠା ଉପରେ ଚାଲିବ ବୁଲଡୋଜର : ଜବର ଦଖଲ କରାଯିବ ଉଛେଦ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକର୍ମରେ ଯୋଗ ମଧ୍ୟ ଦେଇଥିଲେ । ଏହି ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ” ରାଜ୍ୟରେ ସରକାରୀ ଜମିରେ ଜବର ଦଖଲ ଉଛେଦ କରାଯିବ । ରାଜ୍ୟରେ ସରକାରୀ ଜମିରେ ଜବର ଦଖଲ କରି ବର୍ଷ ବର୍ଷ ଧରି ମାଡି ବସିଥିବା ବଡ଼ବଡ଼ିଆ ବ୍ୟକ୍ତିଙ୍କ ମୁଖା ଖୋଲାଯିବ । ଯେଉଁମାନେ ସରକାରୀ ଜମିକୁ ନିଜ ଜମି ଭାବି ବଡ଼ ବଡ଼ କୋଠା ନିର୍ମାଣ କରିଛନ୍ତି । ସେହି ବଡ଼ ବଡ଼ କୋଠା ଉପରେ ବୁଲଡୋଜର ମଡ଼ାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ ବଡ଼ିଆଙ୍କ ଭଙ୍ଗାହେବ । ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ । ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

Related Articles

Back to top button