
ହାଇଓ୍ବାକୁ ଧକ୍କାଦେବା ପରେ ଓଲଟିଲା ବସ୍: ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର
ଆଳି: କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଛପୋଲିଆଠାରେ ନାୟକ ଆଣ୍ଡ ନାୟକ ବସ୍ ବୁଧବାର ରାସ୍ତାର ତଳକୁ ଓଲଟି ପଡିଛି। ଏଥିରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଜନସାଧାରଣ, ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରଙ୍କୁ ଆଳି, ପଟ୍ଟାମୁଣ୍ଡାଇ ଓ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଏହି ବସ୍ ଚାନ୍ଦବାଲିରୁ କଟକକୁ ଯାଉଥିଲା। ସିଙ୍ଗିରି ନିକଟ ଛପୋଲିଆଠାରେ ଠିଆ ହୋଇଥିବା ଏକ ହାଇଓ୍ବାକୁ ଧକ୍କାଦେବା ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆଳି ସିଏଚ୍ସିରେ ୨୧ ଜଣ ଗୁରୁତରଙ୍କୁ ଚିକିତ୍ସା କରାଯାଇଥିବା ବେଳେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅବଶିଷ୍ଟ ପଟ୍ଟାମୁଣ୍ଡାଇ ସିଏଚ୍ସିରେ ଚିକିତ୍ସାଧୀନ ଅଛନ୍ତି।