ପିପିଲି ଟୋଲ୍ ଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୨୦ ଆହତ

ପିପିଲି: ପୁରୀ ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ନିକଟସ୍ଥ ଟୋଲ ପ୍ଲାଜା ନିକଟରେ ଯାତ୍ରୀବାହୀ ବସଟି ଅଲଟି ପଡିଥିଲା । ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଢିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।

ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିଲା । ଅତ୍ୟଧିକ ସ୍ପିଡ଼ରେ ଆସୁଥିବାରୁ ଏହା ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା । ତେବେ ଉଦ୍ଧାର କର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ପିପିଲି ଓ ଭୁବନେଶ୍ୱର ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି । ସେପଟେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Related Articles

Back to top button