୨୦୨୯ ସୁଦ୍ଧା ସମସ୍ତ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବେ ରାଜ୍ୟ ସରକାର
୨୦୨୯ ସୁଦ୍ଧା ରାଜ୍ୟରେ କୌଣସି ବ୍ୟକ୍ତି ଭୂମିହୀନ ରହିବେନି । ସମସ୍ତ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବେ ରାଜ୍ୟ ସରକାର । ପ୍ରାଥମିକତା ଭାବରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଘର ଡିହ ପଟ୍ଟା ପ୍ରଦାନ କରାଯିବ ।ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସରକାରୀ ତଥ୍ୟକୁ ଆଧାର କରି ଖୁବ୍ଶୀଘ୍ର ଭୂମିହୀନ ଦିବ୍ୟାଙ୍ଗଙ୍କୁ ଜମି ପଟ୍ଟା ଦିଆଯିବ । ଏହାସହ ପ୍ରଧାନମନ୍ତ୍ରୀ ଆବାସରେ ଘର ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ । ୫ ବର୍ଷ ମଧ୍ୟରେ ଘରଡିହ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।