ଅପରାହ୍ନ ୩ଟା ସୁଦ୍ଧା ଛତିଶଗଡ଼ରେ ୫୯.୧୯ ପ୍ରତିଶତ ମତଦାନ ହୋଇଛି।

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଚାଲିଛି। ଏହି ୨୦ଟି ଆସନରେ ଅନେକ ପ୍ରତିଷ୍ଠିତ ରାଜନେତାଙ୍କ ଭବିଷ୍ୟତ ବାଜି ଲାଗିଛି। ଅପରାହ୍ନ ୩ଟା ସୁଦ୍ଧା ଛତିଶଗଡ଼ରେ ୫୯.୧୯ ପ୍ରତିଶତ ମତଦାନ ହୋଇଛି।

ସୂଚନାଯୋଗ୍ୟ, ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଅନେକ ସ୍ଥାନରୁ ନକ୍ସଲ ଆକ୍ରମଣର ଖବର ସାମ୍ନାକୁ ଆସିଛି। ସୁକମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି, ଯେଉଁଥିରେ ଅନେକ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

Related Articles

Back to top button