ସିଏଜି ଅଡିଟ ରିପୋର୍ଟରେ ବିଜୁ ସେତୁ ଯୋଜନାରେ ବ୍ୟାପକ ଅନିୟମିତତା

ଭୁବନେଶ୍ୱର: ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଅଡିଟ ରିପୋର୍ଟରେ ଓଡ଼ିଶା ସରକାରଙ୍କ ବିଜୁ ସେତୁ ଯୋଜନା (ବିଏସ୍ଓ୍ୱାଇ) ଓ ଅନ୍ୟାନ୍ୟ ଅନେକ ବଡ଼ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଥିବା ଗ୍ରାମାଞ୍ଚଳରେ ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥା ରାଜ୍ୟବାସୀଙ୍କୁ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୧ ମସିହାରେ ନୂଆ ସେତୁ ନିର୍ମାଣ ଲକ୍ଷ୍ୟ ନେଇ ବିଏସଓ୍ୱାଇ ସେବା ଆରମ୍ଭ କରିଥିଲେ।

ହେଲେ ରାଜ୍ୟ ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୨୧ ମଧ୍ୟରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବିଏସଓ୍ୱାଇ ପାଇଁ ଆନୁମାନିକ ବଜେଟ୍ ପ୍ରାବଧାନ ୨୫୭୦ କୋଟି ଟଙ୍କା ଥିଲା। ତେବେ ସମୁଦାୟ ଅର୍ଥରୁ ୨୨୫୫ କୋଟି ଟଙ୍କା ବ୍ରିଜ୍ ନିର୍ମାଣ କାମରେ ଖର୍ଚ୍ଚ ହୋଇଛି।

ଅପରପକ୍ଷରେ ୭୯୩ଟି ସେତୁ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୪୭୩ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ଟେଣ୍ଡର ଆହ୍ବାନରେ ବିଳମ୍ବ, ଯାଞ୍ଚ ସମୟରେ ତ୍ରୁଟି, ସେତୁ ନିର୍ମାଣ କାମ ଶେଷରେ ଅନିୟମିତତା ପାଇଁ ଜମି ସମସ୍ୟାକୁ ଦାୟୀ କରାଯାଇଥିଲା। କେବଳ ସେତିକି ନୁହେଁ, ପାଖାପାଖି ୨୭ଟି ପ୍ରକଳ୍ପ/ବ୍ରିଜର ଦୈର୍ଘ୍ୟ ନିର୍ଦ୍ଧାରିତ ମାପଠାରୁ ୧୫ ମିଟର କମ୍ ଥିବା ଜଣାପଡ଼ିଛି।

ସେ କହିଛନ୍ତି,”ଆମେ ଯେଉଁ ପ୍ରଥମ ଅନୁପାଳନ ଅଡିଟ୍ କରିଛୁ ତାହା ବିଜୁ ସେତୁ ଯୋଜନା ସମ୍ପର୍କରେ। ଏହି ଯୋଜନାରେ ୨୦୧୭ରୁ ୨୧ ଯାଏ ମୋଟ ୨୫୭୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିଲା। ତେଣୁ ଏହି ଅଡିଟ୍ ୨୦୧୭ରୁ ୨୧ ଯାଏ ଏହାକୁ କଭର କରିଥିଲା ବୋଲି ଆକାଉଣ୍ଟାଣ୍ଟ ଜେନେରାଲ୍ ବିଶ୍ୱନାଥ ସିଂହ ଯଡୋନ କହିଛନ୍ତି।

ଇତିମଧ୍ୟରେ ରିପୋର୍ଟରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ବିଏସଓ୍ୱାଇ ଅଧୀନରେ ଜମି ଅଧିଗ୍ରହଣ କାମ ମଧ୍ୟ ବାକି ରହିଛି। ଅଡିଟ୍ ରିପୋର୍ଟରେ ରାଜ୍ୟରେ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ କାମରେ ଅନିୟମିତତା ଓ ଅଧିକ ବ୍ୟୟବରାଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।

ସେହିପରି ଅଡିଟ୍ ରିପୋର୍ଟରେ ଶିଶୁଙ୍କ ଯତ୍ନ ଓ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନଗୁଡ଼ିକ ପାଇଁ ଏହି ପାଣ୍ଠିକୁ ବ୍ୟବହାର କରିବାରେ ବିଫଳତା ବିଷୟରେ ଉଲ୍ଲେଖ କରାଯାଇଛି।

Related Articles

Back to top button