
ଆଇନ୍ ମନ୍ତ୍ରୀଙ୍କ ସୂଚନା: କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍
ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍ । ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର। ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି ।ଜମିର ଗୁଣବତ୍ତା ନଷ୍ଟ ହେଉଛି ଓ କ୍ୟାନସର୍ ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ବ ଦିଆଯାଉଛି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ।
ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର। ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣାହୋଇଛି ।ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ FCI ନିଏ । ଏଥର ଅଧିକ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ନେବାକୁ ରାଜି ହୋଇଛନ୍ତି ।ତାପରେ ବି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହୁଛି ।’୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରଖିବାକୁ ଗୋଦାମ କରୁଛୁ ।’ବଳକା ଚାଉଳକୁ ମଧ୍ୟ ଫ୍ରି ସେଲ୍ କରିବାକୁ ବ୍ୟବସ୍ଥା କରାଯାଉଛି ।