ଦ୍ୱିତୀୟ ଥର ପାଇଁ ବିବାହ କଲେ ଜୁନାଗଡ଼ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ପିପିଲି : ବାହା ହେଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଛନ୍ତି । କ୍ୟାପଟେନ ଦିବ୍ୟଶଙ୍କରଙ୍କର ଏହା ଦ୍ୱିତୀୟ ବିବାହ। ପୁରୀ ପିପିଲିର ଏକ ରିସୋର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ତାଙ୍କର ନିର୍ବନ୍ଧ ସରିଥିଲା। ଅପରାହ୍ନରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି।

କିଛି ଦିନ ହେଲା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହା ଏବେ ସତ ହୋଇଛି।

ଆଜି ନିରାଡମ୍ବର ଭାବେ ପିପିଲି ସ୍ଥିତ ଶିଉଳା ନିକଟରେ ଥିବା ଆଡଭେନଚର୍‌ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ରିସୋର୍ଟରେ ଏହି ବିବାହ ଅନୁଷ୍ଠିତ ହୋଇଛି । ଏହି ବିବାହ ଉତ୍ସବ ରେ କେବଳ ଘନିଷ୍ଠ ବନ୍ଧୁବାନ୍ଧବ ଯୋଗ ଦେଇଛନ୍ତି । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ।

Related Articles

Back to top button