
ଭୁବନେଶ୍ୱରରେ ମହିଳା ସ୍କୁଟି ଆରୋହୀଙ୍କୁ ଘୋଷାଡ଼ି ନେଲା କାର
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ସ୍କୁଟି ଆରୋହୀଙ୍କୁ ଏକ କାର ଘୋଷାଡ଼ି ନେଇଛି । କାରଟି ମହିଳାଙ୍କୁ ଧକ୍କା ଦେଇ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଦୁର୍ଘଟଣା ଘଟାଇ କାରଟି ଚାଲିଯାଉଥିବା ବେଳେ ଟ୍ରାଫିକ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଏହି ଘଟଣାରେ ଖାରବେଳ ନଗର ପୋଲିସ କାର ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି । ସ୍କୁଟିରୁ ପଡ଼ି ଆହତ ହୋଇଥିବା ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।