
ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ଟଙ୍କା ବାଣ୍ଟୁଥିବା ଦୁଇ ମହିଳାଙ୍କ ନାଁରେ ଏତଲା
ଭୁବନେଶ୍ୱର: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଦୁଇ ମହିଳା ନଗଦ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁଇଜଣ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ବଣ୍ଟା ଅଭିଯୋଗ ଆସିବା ପରେ ଧାମନଗର ଥାନାରେ ମାମଲା ରୁଜୁ ହୋଛି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନି ବୁଧବାର ଏହି ସୂଚନା ଦେଇଛନ୍ତି।
ମଙ୍ଗଳବାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ପରିଚୟ ସ୍ପଷ୍ଟ ହେବା ପରେ ଏଫ୍ଆଇଆର୍ ଦିଆଯାଇଛି ବୋଲି ଶ୍ରୀଯୁକ୍ତ ଲୋହନୀ କହିଛନ୍ତି। ଜନ ପ୍ରତିନିଧି ଅଧିନିୟମ ଅନୁଯାୟୀ ଏଫଆଇଆର ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି।
ଯେଉଁଥିରେ ମଞ୍ଚରେ ଶାସକ ଦଳର ସାଂସଦ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି କର୍ମୀ ଘୋଷଣା କରିଛନ୍ତି ଯେ ଧାମନଗରରେ ଯେଉଁ ପଞ୍ଚାୟତ ବିଜେଡିକୁ ଅଧିକ ଭୋଟ୍ ଦେବ ସେହି ପଞ୍ଚାୟତକୁ ଏକ କୋଟି ଟଙ୍କା ଦେବେ ମୁଖ୍ଯମନ୍ତ୍ରୀ। ତାଙ୍କୁ ଏହା କୁହାଯାଇଛି ବୋଲି ସେ କହିଥିଲେ।
ଏହି ଭାଇରାଲ ଭିଡିଓକୁ ନେଇ ଲୋହାନି କହିଛନ୍ତି ଯେ ଭୋଟ୍ ପାଇଁ ଯିଏ ଏପରି କହିଛନ୍ତି ତାଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଜନ ପ୍ରତିନିଧୀ ଅଧିନିୟମ ୧୯୫୧ ଅନୁଯାୟୀ ମାମଲା ରୁଜୁ ହୋଇଛି।