ଗୋଚାଲାଣ ଓ ଗୋହତ୍ୟାକାରୀଙ୍କ ବିରୋଧରେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ

ଗୋଚାଲାଣକୁ ନେଇ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ରାଜ୍ୟ ସରକାର । ଗୋଚାଲାଣ ଆଇନ କଡାକଡି କରାଯିବ । ଗୋଚାଲାଣ ଓ ଗୋହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ରାଜ୍ୟ ପଶୁ ମତ୍ସ୍ୟ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ।ମନ୍ତ୍ରୀ କହିଛନ୍ତି କାମଧେନୁ ଯୋଜନା କେଉଁ ଭଳି ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଗୋ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଏହା ସହ ଜୈବିକ ସାର ଆଦିର ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୫ ଜଣ ମନ୍ତ୍ରୀ ଓ ସଚିବ ମଧ୍ୟ ରହିଛନ୍ତି। ରାସ୍ତାଘାଟର ହେଉଥିବା ଗାଈଗୋରୁଙ୍କ ଦୁର୍ଘଟଣାକୁ ରୋକିବା ସହ ଥଇଥାନ ଓ ସୁରକ୍ଷାକୁ ଗୁରୁତର ସହ ପଦକ୍ଷେପ ନେବେ।

ସେ ଆହୁରି କହିଛନ୍ତି, ପ୍ରତି ବ୍ଲକରେ କାମଧେନୁ ଯୋଜନା ଅନୁସାରେ ୮ ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୧୪୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ। ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ। ପ୍ରତି ବ୍ଲକରେ ଓମ୍ଫେଡ ଷ୍ଟଲ କରାଯିବ। ପ୍ରତି ଗାଁରେ ଗୋପପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଗାଁ ଗହଳିରେ ଓମ୍ଫେଡର ଚାହିଦା ବଢୁଥିବାରୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ।

Related Articles

Back to top button