ପ୍ରକାଶ ହେଲା ସିବିଏସଇ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆଜି ପ୍ରଥମେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ମୋଟ ପାସ ହାର ୮୭.୩୩ ପ୍ରତିଶତ ରହିଥିଲା । ପୁଅଙ୍କ ପାସ ହାର ୮୪.୬୭ ପ୍ରତିଶତ ରହିଥିବା ବେଳେ ଝିଅଙ୍କର ପାସ ହାର ୯୦.୬୮ ପ୍ରତିଶତ ରହିଥିଲା । ତେବେ ଏହା ମଧ୍ୟରେ ସିବିଏସଇ ପକ୍ଷରୁ ଦଶମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏ ବାବଦରେ ସିବିଏସଇର ଅଫିସିଆଲ ୱେବସାଇଟ୍ https://cbseresults.nic.in/, https://www.cbse.gov.in/ରେ ସୂଚନା ଦିଆଯାଇଛି ।

ତେବେ ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ରେଜଲ୍ଟର ମୋଟ ପାସ ହାର ୯୩.୧୨ ପ୍ରତିଶତ ରହିଛି । ଗତବର୍ଷର ରେଜଲ୍ଟ ଠାରୁ ଚଳିତ ବର୍ଷ ୧.୨୮ ପ୍ରତିଶତ କମ୍ ରହିଛି । ୯୯.୯୧ ପ୍ରତିଶତ ପାସ ହାର ସହ ତ୍ରିବେନ୍ଦ୍ରମ ରିଜିଅନ୍ ଶୀର୍ଷ ସ୍ଥାନରେ ରହିଛି । ଆଜି ସିବିଏସଇ ରେଜଲ୍ଟ ଘୋଷଣା ହେବା ନେଇ ଗତକାଲି ସୋସିଆଲ ମିଡ଼ିଆରେ ଏକ ଫେକ୍ ନୋଟିସ ଘୂରି ବୁଲୁଥିଲା । ତେବେ ଉକ୍ତ ନୋଟିସକୁ ସିବିଏସଇ ମୁଖପାତ୍ର ଫେକ୍ ବୋଲି କହିଥିଲେ ।

ଚଳିତ ବର୍ଷ ମୋଟ ୨ ଲକ୍ଷ ୮୬ ହଜାର ୯୪୦ ଜଣ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୯ ଲକ୍ଷ ୩୯ ହଜାର ୫୬୬ ଜଣ ପୁଅ ଓ ୧୨ ଲକ୍ଷ ୪୭ ହଜାର ୩୬୪ ଜଣ ଝିଅ ରହିଥିଲେ । ସିବିଏସଇ ପକ୍ଷରୁ ଦେଶର ମୋଟ ୭୨୪୦ଟି କେନ୍ଦ୍ରରେ ଦଶମ ପରୀକ୍ଷା ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ଅଫିସିଆଲ ୱେବସାଇଟ ବ୍ୟତୀତ, ଛାତ୍ର ଉମଙ୍ଗ ଆପ, ଡିଜିଲକର ଆପ, ଏସଏମଏସ ସେବା, ଆଇଭିଆର ଓ ପରୀକ୍ଷା ସଙ୍ଗମ ମାଧ୍ୟମରେ ରେଜଲ୍ଟ ଜାଣି ପାରିବେ ।

Related Articles

Back to top button