ନୂଆ ବର୍ଷକୁ ଦୃଷ୍ଟିରେ ରଖାଯାଇ ଶ୍ରୀକ୍ଷେତ୍ର ପାଇଁ ନିୟମ କଡ଼ାକଡି ହୋଇଛି

ନୂଆ ବର୍ଷକୁ ଦୃଷ୍ଟିରେ ରଖାଯାଇ ଶ୍ରୀକ୍ଷେତ୍ର ପାଇଁ ନିୟମ କଡ଼ାକଡି ହୋଇଛି। ନୂଆବର୍ଷରେ ଶ୍ରୀକ୍ଷେତ୍ର ସିସିଟିଭି ନଜରରେ ରହିବ ବୋଲି ସୂଚନା ମିଳିଛି। ଏଥିସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ପୁରୀକୁ ଜଗିବା ବ୍ୟବସ୍ଥା କରାଯାଇଛି।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ପୁରୀ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି। ଡିସେମ୍ବର ୩୧ ତାରିଖଠାରୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ର ସମ୍ଭାବନାକୁ ଦୃଷ୍ଟି ରଖି ଟ୍ରାଫିକ୍ କଟକଣା ଜାରି କରାଯାଇଛି।ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଖବର ଆସିଥିଲା। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିଥିଲେ, “ଏବେ ହେବନି ଶ୍ରୀମନ୍ଦିରରେ ଦର୍ଶନ ଟ୍ରାଏଲ୍ ରନ୍ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗଙ୍ଗାସ୍ନାନ ପଡ଼ୁଥିବାରୁ ଜାନୁଆରୀ ୨୦ ଯାଏଁ ଏହି ଭିଡ଼ ରହିବ । ତେବେ ଜାନୁଆରୀ ୨୦ ତାରିଖରୁ ୨୨ ମଧ୍ୟରେ ଏହି ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଲାଗୁ କରାଯିବ ।”

Related Articles

Back to top button