ଗାଡ଼ିର ପଛ ଲାଇଟ୍ ଜଳୁ ନଥିଲେ ମଧ୍ୟ କଟିବ ଚାଲାଣ
ଭୁବନେଶ୍ବର: ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଚାଲାଣ ଆଦାୟ କରିବାକୁ ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ । ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଧିକାରୀଙ୍କୁ ମାସିକ ଟାର୍ଗେଟ ଦେଇଛି ପରିବହନ ବିଭାଗ । ଏଥିପାଇଁ କେଉଁ କେଉଁ ଆଧାରରେ ଲୋକଙ୍କର ଚାଲାଣ କଟିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିସହ କେଉଁ ଜିଲ୍ଲାରୁ କେତେ ଫାଇନ ବା ଚାଲାଣ କଟାଯିବ ସେ ନେଇ ମଧ୍ୟ ଏକ ନିର୍ଦ୍ଧାରିତ ଧାର୍ଯ୍ୟ ମୂଲ୍ୟ ଲକ୍ଷ୍ୟ ଦିଆଯାଇଛି ।
ଏଥିରେ କେବଳ ଆରଟିଓ ଅଧିକାରୀ ନାହାଁନ୍ତି ବରଂ ତାଙ୍କ ଅଧିନରେ ଥିବା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ମୋଟର ଭେଇକିଲ ଇନସ୍ପେକ୍ଟର, ଅତିରିକ୍ତ ମୋଟର ଭେହିକିଲ ଇନସ୍ପେକ୍ଟରଙ୍କ ସହ ଟିଆଇମାନଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ମାସ ୭ ତାରିଖ ସୁଧା ଏହାର ରିପୋର୍ଟ RTO ଅଧିକାରିମାନେ ପରିବହନ ବିଭାଗ ମୁଖ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେଉଁ କେଉଁ ଆଧାରରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ରହିଛି ।