ରାଜ୍ୟରେ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା

ସାରା ରାଜ୍ୟରେ ବୃଦ୍ଧି ପାଉଛି ରାତିର ତାପମାତ୍ରା। ତେବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭୁବନେଶ୍ବରରେ ରାତିର ତାପମାତ୍ରା ୧୯.୨ ଡିଗ୍ରୀ, କଟକରେ ୧୯ ଡିଗ୍ରୀ, ପୁରୀରେ ୨୨.୪ଡିଗ୍ରୀ, ପାରାଦୀପରେ ୨୦.୬ ଡିଗ୍ରୀ, ଭଦ୍ରକରେ ୨୦, ଯାଜପୁରରେ ୧୯.୮, ଗୋପାଳପୁରରେ ୧୯.୭, ଢେଙ୍କାନାଳରେ ୧୯.୧, ବାଲେଶ୍ବରରେ ୧୮.୯, ଚାନ୍ଦବାଲିରେ ୧୮.୬ ଡିଗ୍ରୀ ରହିଥିଲା। ଭବାନୀପାଟଣା, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର ଆଦି ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେବେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୨.୫ ଡିଗ୍ରୀ, ସିମିଳିଗୁଡ଼ାରେ ୧୦.୬, ଦାରିଙ୍ଗବାଡ଼ିରେ ୧୩, ସୁନ୍ଦରଗଡ଼ରେ ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି

ତେବେ କଟକ, ଚାନ୍ଦବାଲି ଓ ବାଲେଶ୍ବରରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା ବେଳେ ଭୁବନେଶ୍ବର, ରାଉରକେଲା, ଝାରସୁଗୁଡ଼ା, ବାରିପଦା, କେନ୍ଦୁଝର ଓ ଭବାନୀପାଟଣାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାରୁ ଦୃଶ୍ୟମାନ ଦୂରତା ୨୦୦ରୁ ୧୦୦୦ ମିଟର ରହିଥିଲା। ବାଲେଶ୍ବର ଜିଲ୍ଲାର ବାହାନଗାରେ ସର୍ବାଧିକ ୫ ମିମି ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ନ ହେଲେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।

Related Articles

Back to top button