୧୭ ଓ ୧୮ ତାରିଖ ରାଜ୍ୟରେ ବର୍ଷା ସମ୍ଭାବନା

ରାଜ୍ୟରେ ଆଗାମୀ ଦୁଇ ଦିନ ବର୍ଷାର ସମ୍ଭାବନା ଅଛି । ୧୭ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ସେହିପରି ୧୮ ତାରିଖରେ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବ ଏବଂ ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି

ସୋମବାର କିରେଇରେ ରାତି ତାପମାତ୍ରା ସବୁଠୁ କମ୍‌ ଥିଲା । ଏଠାରେ ୭.୭ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୮.୫, ଜି ଉଦୟଗିରିରେ ୮.୬, ରାଉରକେଲାରେ ୮.୯, କୋରାପୁଟରେ ୯, ଫୁଲବାଣୀରେ ୧୦.୫, ସିମିଳିଗୁଡ଼ାରେ ୧୦.୭, କେନ୍ଦୁଝରରେ ୧୧.୪, ଦାରିଙ୍ଗିବାଡ଼ିରେ ୧୧.୫, ବାରିପଦାରେ ୧୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ ପୂର୍ବାନୁମାନ କରି କହିଛନ୍ତି, ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଦୁଇ ଦିନ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ସୋମବାରଠାରୁ ଉପକୂଳରେ ଶୀତର ପ୍ରଭାବ ସାମାନ୍ୟ କମିଛି । ସେପଟେ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ କମ୍‌ ଶୀତ ଅନୁଭୂତ ହୋଇଛି ।

Related Articles

Back to top button